କଳାହାଣ୍ଡି: ସରିଥିଲା ବିବାହ । ହସଖୁସିରେ ଫେରୁଥିଲେ ବରକନ୍ୟା । କିନ୍ତୁ ବାଟରେ ଅଟକି ବସିଥିଲା ମୃତ୍ୟୁର ଦୂତ । ବାହାଘର ସାରି ବରକନ୍ୟା ଫେରୁଥିବା ବେଳେ ବାଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ନବ ଦମ୍ପତ୍ତି ଫେରୁଥିବା ବୋଲେରୋ ଗାଡିକୁ ଧକ୍କା ଦେଇଛି ଏକ ଟ୍ରକ । ଦୁର୍ଘଟରାରେ ବୋଲେରୋ ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ବରକନ୍ୟାଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆମପାଣି ଭୁର୍ଷାଗଡା ନିକଟରେ । ମୃତ ଡ୍ରାଇଭର ହେଲେ ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ । ଆମ୍ବପାଣି ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।