୬ଟି ଜିଲ୍ଲାରେ ବଢିବ କୋଭିଡ କେୟାର ଶଯ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକ ପରେ ସପ୍ତାହକ ମଧ୍ୟରେ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବଢ଼ିବ ବୋଲି ସୂଚନା ମିଳିଛି । ୬ଟି ଜିଲ୍ଲାରେ କୋଭିଡ଼୍ କେୟାର ସେଣ୍ଟର ଶଯ୍ୟା ବଢ଼ିବ ,ଗଞ୍ଜାମ, ବାଲେଶ୍ୱର, ଯାଜପୁ, ଭଦ୍ରକ, କେନ୍ଦ୍ରାପଡ଼ା, ଓ ବଲାଙ୍ଗୀର । ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଅର୍ଥନୀତିକୁ ଚଳଚଞ୍ଚଳ ସହ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା, ପ୍ରସୂତି, ଶିଶୁ, ଭିନ୍ନକ୍ଷମ ଓ ବୟସ୍କଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।