ଅନୁଭବଙ୍କୁ କୋର୍ଟଙ୍କ ଆଶ୍ୱସ୍ତି : NBW ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ଅନୁଭବ ମହାନ୍ତିଙ୍କ ହାଇକୋର୍ଟଙ୍କ ବଡ ଆଶ୍ୱସ୍ତି । ତଳ କୋର୍ଟଙ୍କ NBW ଉପରେ ରୋକ ଲଗାଇଲେ ହାଇକୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ସ୍ୱତନ୍ତ୍ର JMFC କୋର୍ଟ । ଏନେଇ ପୁରୀଘାଟ ଥାନା IIC ଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର JMFC କୋର୍ଟ ।
ଚାର୍ଜଫ୍ରେମ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲ ଜାରିକରିଥିଲେ କୋର୍ଟ । ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଣ ଦେଇଥିବାବେଳେ ଅନୁଭବ ହାଇକୋର୍ଟର ଦ୍ୱାରସ୍ତ ହୋଇଥିାଲ । ଏହା ପରେ ହାଇକୋର୍ଟ ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି ।