ଭୁବନେଶ୍ୱର: ରାଜଧାନୀର ସ୍କୁଲରେ ପଶିଛି ମହାମାରୀ କୋରୋନା । କ୍ୟାପିଟାଲ ହସ୍ପିଟାଲର ୨ ଜଣ ଛାତ୍ରଙ୍କ କୋରୋନା ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ସ୍କୁଲର ମୋଟ ୩୭୨ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟିଂ କରାଯାଇଥିଲା । ଏଥିରୁ ୨ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଛାତ୍ରଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏ ନେଇ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ଦୁଇ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲରେ ବଢିଛି କଟକଣା । ସ୍କୁଲ ଓ ଶ୍ରେଣୀଗୃହକୁ ବିଶୋଧନ କରାଯିବା ସହ ପାଠପଢାକୁ ନେଇ ମଧ୍ୟ ସତର୍କ ହୋଇଛନ୍ତି ବିଦ୍ୟାଳୟର କର୍ମକର୍ତ୍ତା । କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ୧୦ ରୁ ଅଧିକ ଶିକ୍ଷକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।