ଜଗତସଂହପୁର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି କୋରୋନାର ନୂଆ ଭାରିଏଣ୍ଟ । ତେଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନେଇଛି ବଡ ନିଷ୍ପତ୍ତି । ଆସନ୍ତା ୫ ଦିନ ଜିଲ୍ଲାର ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୨୫, ୨୬ ଏବଂ ୩୧ ତାରିଖ ସହ ଜାନୁୟାରୀ ୧ ଏବଂ ୨ ତାରିଖରେ ମଧ୍ୟ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ । ଜଗତସିଂହପୁରର ପ୍ରସିଦ୍ଧ ମା ଶାରଳା ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକ ଏହି ଦିନ ମାନଙ୍କରେ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଜଗତସିଂହପୁରର ଉପଜିଲ୍ଲାପାଳ ।