ବରୀ(ସତ୍ୟଜିତ ବାରିକ ) ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ର ପୂର ଠାରେ ଥିବା କଟକ ସେଣ୍ଟ୍ରାଲ କୋ- ଅପରେଟିଭ ବ୍ୟାଙ୍କ୍ ଠାରେ ଆଜି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଏକ ଋଣ ପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଜିର କର୍ମଶାଳା ରେ ବରୀ ବ୍ଲକ ର ଉଦୟନାଥ ପୂର୍ ମନ୍ଦାରି, କ୍ଷେମେଶ୍ଵର ର ୪ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ବୈଠକ ରେ କଟକ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀଯୁକ୍ତ ସଦାଶିବ ଦାସ ଯୋଗ ଦେଇ କିପରି ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ସହଜ ସୁବିଧା ରେ ଋଣ ପ୍ରଦାନ କରିହେବ ଏବଂ ଏହାର କିପରି ଠିକ୍ ବିନିଯୋଗ ହୋଇପାରିବ ତାହାର ବ୍ୟବସ୍ଥା କରାଯାଇଛି ଓ ସେମାନେ କିପରି ବ୍ୟାଙ୍କ୍ ରୁ ଋଣ ନେଇ ନିଜେ ସ୍ବାବଲମ୍ବୀ ହେବା ସହ ବ୍ୟାଙ୍କ୍ କୁ ଠିକ୍ ସମୟ ରେ ଋଣ ପରିଶୋଧ କରିବେ ସେ ଦିଗରେ ଆଲୋଚନା କରିଥିଲେ । ଏହି ପରିପେଖି ରେ ଆଜି ମନ୍ଦାରି ପଞ୍ଚାୟତ ର ଦୁଇଟି ଗୋଷ୍ଠୀ ୧ ମାତୃଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ କୁ ୩ ଲକ୍ଷ୍ୟ ୨ – ବାବା ଧବଳେଶ୍ୱର ସ୍ଵୟଂ ସହାୟକ ଗୋଷ୍ଠୀ କୁ ୨ ଲକ୍ଷ୍ୟ କ୍ଷେମେଶ୍ୱର୍ ର ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ୩ ଲକ୍ଷ୍ୟ ଏବଂ ଉଦୟନାଥ ପୂର୍ ର ଓମ୍ ସାଇରାମ୍ ସ୍ଵୟଂ ସହାୟକ ଗୋଷ୍ଠୀ କୁ ୨ ଲକ୍ଷ୍ୟ ଟଙ୍କା ଲେଖାଏ ଋଣ ପ୍ରଦାନ କରାଯାଇଥିବା ଶାଖା ମୁଖ୍ୟ ହିସାବ ରକ୍ଷକ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ସାହୁ ସୂଚନା ଦେଇଥିଲେ। ଆଜିର କର୍ମଶାଳା ରେ ସୁପର ଭାଇଜର ସନ୍ତୋଷ ସାହୁ ଙ୍କ ଶାଖା ର ସମସ୍ତ କର୍ମଚାରୀ ଏବଂ ମନ୍ଦାରି ସମବାୟ ସମିତି ର ସମ୍ପାଦିକା ଉଦୟନାଥ ପୂର ସମିତି ସମ୍ପାଦକ ଓ ଖେମେଶ୍ୱର୍ ସମିତି ସମ୍ପାଦକ ଉପସ୍ଥିତ ଥିଲେ।