କଟକ: କଟକ ଖାନ ନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ । ସ୍ଲାବ ଖସି ଚାପି ହୋଇଗଲେ ୫ ଶ୍ରମିକ । ଏହି ଅଘଟଣରେ ୫ ଶ୍ରମିକ ଗୁରୁତର ଅଛନ୍ତି । ବ୍ରିଜ କାମ ଚାଲୁଥିବା ବେଳେ ଅଘଟଣ ଘଟିଥିଲା । କାଠଯୋଡି ନଦୀରେ ଚାଲିଥିଲା ବ୍ରିଜ କାମ । ସମସ୍ତଙ୍କୁ ତୁରନ୍ତ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିବା ଜଣାପଡ଼ିଛି।