ନିର୍ବାଚନ ମଣ୍ଡଳୀ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନୂଆପଡା : ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ । ଏହି କାର୍ୟ୍ୟକ୍ରମକୁ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଉଦଘାଟନ କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା ଙ୍କ ଅଧକ୍ଷତା ରେ ନିଯୁକ୍ତି ମେଳା କାର୍ୟ୍ୟକ୍ରମ ଅନୁଷ୍ଠିତ । ଏହି କାର୍ୟ୍ୟକ୍ରମ ରେ ଖଡ଼ିଆଳ ବିଡିଓ ନାରାୟଣ ସାହୁ, ଖଡ଼ିଆଳ ଆଇଟିଆଇ କଲେଜ ର ଅଧକ୍ଷ ଯୋଗ ଦାନ କରିଥିଲେ । ଏହି ନିଯୁକ୍ତି ମେଳା ରେ ସିନାପାଲି, ବୋଡେ଼ନ, ଖଡ଼ିଆଳ ବ୍ଲକ ର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରି ବିଭିନ୍ନ କମ୍ପାନୀ ରେ କମ୍ପାନୀ କାମ କରିବା ପାଇଁ ଶିକ୍ଷାଗତା ଯୋଗ୍ୟତା ଅନୁସାରେ ପଞ୍ଜି କରଣ କରିଥିଲେ ।