ବିହାର ନିର୍ବାଚନ ପୂର୍ବରୁ ଭୋଟ ଚୋରି ଅଭିଯୋଗ ଆଣି ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ଭୋଟ ଅଧିକାର ଯାତ୍ରାର ନେତୃତ୍ୱ ନେଉଛନ୍ତି। ରାହୁଲ ଗାନ୍ଧୀଙ୍କ ସହିତ, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇ (ଏମଏଲ) ନେତା ଦୀପକ ଭଟ୍ଟାଚାର୍ଯ୍ୟ ଏବଂ ଅଖିଳ ଭାରତୀୟ ମେଣ୍ଟ ସାଥି ଦଳଗୁଡ଼ିକର ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଭୋଟ ଅଧିକାର ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ବିଜେପି ସରକାର ଏବଂ ନୀତିଶ କୁମାର ସରକାରଙ୍କୁ କଡ଼ା ଆକ୍ରମଣ କରୁଛନ୍ତି। ନୀତିଶ କୁମାର ସୋସିଆଲ ସାଇଟ୍ X ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ଆପଣମାନଙ୍କୁ ଏକ ସିଧା ପ୍ରଶ୍ନ ପଚାରିବାକୁ ଚାହୁଁଛି – ଭୋଟ ଚୋରି କରି ଗଠିତ ସରକାର କେବେ ଜନତାଙ୍କ ସେବା କରିବାର ଉଦ୍ଦେଶ୍ୟ ରଖିପାରିବ କି?
भारत के प्रिय मतदाताओं,
मैं आप सभी से एक सीधा सवाल पूछना चाहता हूं – जो सरकार वोट चोरी से बनी हो, क्या उसका इरादा कभी जनसेवा हो सकता है? नहीं ना!
उन्हें आपके वोट की ज़रूरत ही नहीं, इसलिए आपकी समस्याओं की परवाह भी नहीं।
आज की स्थिति आपके सामने है –
– रिकॉर्डतोड़ बेरोज़गारी के… pic.twitter.com/ZVzociHBhl
— Rahul Gandhi (@RahulGandhi) August 21, 2025
ଯାହାକୁ ନେଇ ବର୍ଷିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି , ଯେ NEET, SSC ଏବଂ ପେପର ଲିକ୍ ଭଳି ଘୋଟାଲା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଛି। ସରକାର ଆଖି ବୁଜି ଦେଇଛନ୍ତି! ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି, ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହେଉଛି। ତଥାପି, ସରକାର ଟିକସ ବୃଦ୍ଧି କରୁଛନ୍ତି! ଏଥିସହିତ ସେ ଦାବି କରିଛନ୍ତି କି ରେଳ ଦୁର୍ଘଟଣା ଏବଂ ରାସ୍ତା ଏବଂ ସେତୁ ଭଳି ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ଯୋଗୁଁ ଶହ ଶହ ନିରୀହ ଲୋକଙ୍କର ଅକାଳ ମୃତ୍ୟୁ ହୋଇଛି, କିନ୍ତୁ ସରକାର ଦାୟିତ୍ୱ ମଧ୍ୟ ସ୍ଥିର କରିନାହାଁନ୍ତି।