ଝାରସୁଗୁଡା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି କେନ୍ଦିୟ ମନ୍ତ୍ରୀ । ସେହି ପରି ଆଜି ଦିନିକିଆ ତ୍ତ୍ୱଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଏବେ ସେ ଝାରସୁଗୁଡାରେ ପହଞ୍ଚି ଥିବା ସୂଚନାର ରହିଛି । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଲେ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ କାର୍ଯ୍ୟକ୍ରକମ ରହିଛି । ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ୟ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି । ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ ଭରିବାକୁ ଥିବାରୁ ତାଙ୍କ ଗସ୍ତ ବାତିଲ ହୋଇଥିଲା ।