ବାଲିଗୁଡା ଜାତୀୟ କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ

କନ୍ଧମାଳ/ ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀର ବଢିବାରେ ଲାଗିଛି ।ଏହି ସମୟରେ ଦିନ ୧୧ଘଣ୍ଟ ସମୟ ପଯ୍ୟନ୍ତ କେବଳ ଗ୍ରୋସରୀ,ଫଳ ଦୋକାନ ଖୋଲିବା ପାଇଁ ପ୍ରସାଶନ ଅନୁମତି ଦେଇଛି ।ବାଲିଗୁଡା ଡାକ୍ତରଖାନାକୁ ବାହାରରୁ ବହୁ ରୋଗି ଓ ତାଙ୍କ ପରିଜନ ଆସି ଭୋକ ଉପବାସରେ ଦିନକାଟୁଥିବା ବେଳେ ଏହି ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ବାଲିଗୁଡା ଜାତୀୟ କଂଗ୍ରେସର ସଦସ୍ୟ ମାନେ ଅଣ୍ଟା ଭିଡି ଲୋକମାନଙ୍କୁ ଭାତ,ଡାଲମା ଓ ଅଣ୍ଡାସିଝା ପରିବେଷଣ କରିଥିବା ଦେଖାଯାଇଛି ।ଏହି ଖାଦ୍ୟ ବଣ୍ଟନ ଆଜିଠାରୁ ଆରମ୍ଭ ହୋଇ ଲକଡାଉନ ଉଠିଲା ପଯ୍ୟନ୍ତ ଚାଲୁ ରହିବ ବୋଲି ଯୁବ କଂଗ୍ରେସ କର୍ମିମାନେ ପ୍ରକାଶ କରିଛନ୍ତି ।ଏହା ଦ୍ବାରା ଖାଦ୍ୟ ନପାଇ ଭୋକିଲା ରହୁଥିବା ପାଗଳ,ଗରିବ,ଦରିଦ୍ର ଓ ମେଡିକାଲକୁ ରୋଗି ସହିତ ଆସୁଥିବା ଆଟେଣ୍ଟେଡ ମାନେ ଏଠାରେ ଖଦ୍ୟ ଖାଇ ଭୋକ ଦାଉରୁ ରକ୍ଷା ପାଇପାରିବେ ।