କଂଗ୍ରେସରେ ମିଶିଲେ ବହୁ ବିଜେପି ନେତା

( ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ର ୭ଟି ପଞ୍ଚାୟତକୁ ନେଇ ଗଠିତ ୧୫ ନମ୍ବର ଜୋନ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନେକ ବିଜେପି କର୍ମୀ ଓଡିଶାରେ କଂଗ୍ରେସର ସତା ନାହିଁ ବୋଲି କହୁଥିବାବେଳେ ଆଜି ଏହି ସମ୍ମିଳନୀରେ ବହୁ ବିଜେପି କର୍ମି, ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । କେନ୍ଦ୍ରସରକାର ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ଲୁଟୁଛନ୍ତି ସେଇଟା ଅନ୍ୟାୟ ଯଦି କଂଗ୍ରେସ ସରକାର ଗଢେ ତେବେ ଜନସାଧାରଣଙ୍କୁ ଏତେ ଅସୁବିଧାର ସାମ୍ନା କରିବାକୁ ପଡିବନି । କଂଗ୍ରେସ ସଙ୍ଗଠନକୁ ଆମେ ମଜଭୁତ କରିବୁ ଆଉ କଂଗ୍ରେସ ପାଈଁ କାମ କରିବୁ ବୋଲି କଂଗ୍ରେସରେ ନୂଆ କରି ମିଶିଥିବା କର୍ମୀମାନେ କହିଛନ୍ତି ।

ସମ୍ମିଳନୀରେ ସଭାପତି ତଥା ସରପଞ୍ଚ ଅଧ୍ୟକ୍ଷତା କରିଥିଲେ ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ପୁର୍ବତନ ବିଧାୟକ, ପିସିସି ସମ୍ପାଦକ, କଂଗ୍ରେସ ଯୁବନେତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ୟ୍ୟଧାର ସମାଲୋଚନା କରିଥିଲେ ।