ନୂତନ ଥାନା ଅଧୁକାରୀ ଭାବେ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି :  ନୂତନ ଥାନା ଅଧିକାରୀଙ୍କୁ  ସମ୍ବର୍ଦ୍ଧନା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ପୁଲିସ ଷ୍ଟେସନରେ ନୂତନ ଥାନା ଅଧୁକାରୀ ଭାବେ OIC ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି  ଯୋଗଦାନ କରିଛନ୍ତି ।ସେହି ଉପଲକ୍ଷ ଏମ ଭି ୭୯ର ମିଡ଼ିଆ ଭାଇମାନେ ଥାନା ଅଧିକାରୀ ଙ୍କୁ ଫୁଲ ତୋଡ଼ା,ଉତୋରି ଦେଇ ସ୍ୱାଗତ ଜଣାଇଛନ୍ତି।

ସୂଚନା ଯୋଗ୍ୟ  ଶ୍ରୀ ତାଣ୍ଡି କାଲିମେଳା ଥାନା ରେ କାର୍ଯ୍ୟରତ ଥିଲେ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି  । ସେଠାରୁ ଆସି  ଏମ ଭି ୭୯ ଥାନାରେ ଯୋଗଦାନ କରିଛନ୍ତି ।ଏମ ଭି ୭୯ ର ଆଇନଶୃଙ୍ଖଳା ପରିସ୍ଥିତି ଠିକ ରଖିବା , ଆଇନକୁ ସମ୍ମାନ ଦେଇ କାର୍ଯ୍ୟ କରିବା , ଥାନାକୁ ଆସୁଥିବା କିମ୍ବା ଥାନାର ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଶ୍ରୀ ତାଣ୍ଡି କହିଛନ୍ତି।