ମାଟ୍ରିକ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଲ ମଣିଷ ହୋଇ ସମାଜସେବା କର

କେଉଁଝର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧନୁର୍ଜୟ ସିଧୁଙ୍କ ଆୟୋଜନରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତୃପ୍ତି ସଫାରୀ ଠାରେ ଏକ ସଭାରର ଆୟୋଜନ କରାଯାଇଥିଲା। ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର, ତେଲକୋଇ, ବାଉଁଶପାଳ ଆଦି ୩ଟି ବ୍ଲକର କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲ।। ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉପସ୍ଥିତ ଥିବା ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହୋଇ ସମାଜ ସେବା କରିବାକୁ ଉପଦେଶ ଦେଇଥିଲେ।