ମୃତକଙ୍କ ପରିବାରକୁ ସାନଭି ସେବା ଟ୍ରଷ୍ଟ ପକ୍ଷରୁ ସୟତା ପ୍ରଦାନ

ରୋଗ ଯନ୍ତ୍ରଣାରେ ଜର୍ଜରିତ ହୋଇ ଶେଷରେ ମୃତ୍ୟୁ ବରଣ  କରୁଛନ୍ତି। ସେଥିପାଇଁ ପରିବାର ବର୍ଗଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସୁଦୂର କେଂଧୁଝର ଅଂଚଳର ହାଟଡ଼ିହି  ଠାରରେ ଗଡି ଉଠିଥିବା ସ୍ବେଛାସେବୀ ସଂଗଠନ ସାନଭି ସେବା ଟ୍ରଷ୍ଟ।କୋରେଇ ବ୍ଲକ ଗୋଳେଇପୁର ପଂଚାୟତର ହାଟସାହି ଗ୍ରାମର  ସତ୍ୟପ୍ରକାଶ ମହାନ୍ତି ବ୍ରେନ ହାମରେଜରେ ପୀଡିତ ହୋଇ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ  ହୋଇଥିଲା। ପରିବାର ଲୋକେ ବହୁ ଖଚାନ୍ତ  ହେବାପରେ ଶୁଦ୍ଧିକ୍ରିୟା ପାଇଁ ନିରାଶ ହୋଇପଡିଥିଲେ।ସତ୍ୟପ୍ରକାଶଙ୍କ ପତ୍ନୀ ଓ ଗୋଟିଏ ପୁଅ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ସହଯୋଗ କରିବାକୁ ଆକୁଳ ନିବେଦନ କରିଥିଲେ।

ପରିବାର ଲୋକଙ୍କ ଅବସ୍ଥା ଶୋଚନୀୟ ଜାଣିବା  ପରେ ତାଙ୍କ ନିକଟରେ ପହଂଚି କିଛି ଆର୍ଥିକ ସହାୟତା ଯୋଗାଇ  ଦେଇଛି ସାନଭି ସେବା ଟ୍ରଷ୍ଟ ।ଅନୁଷ୍ଠାନର୍ ଉପଦେଷ୍ଟା ଦିଲ୍ଲୀପ କୁମାର ମଲ୍ଲିକ,ସଭାପତି ଭାଗିରଥି ନାୟକ କର୍ମକର୍ତ୍ତା ତପନ କୁମାର ବଳ,ଶିବବ୍ରତ ପଣ୍ଡା,ଅଜୟ କୁମାର ଜେନା,ଦେବାଶିଷ ସେନାପତି, ନିଶିକାନ୍ତ ରାଉତ,ସନ୍ତୋଷ କୁମାର ପରିଡ଼ା,ରଙ୍ଗାଧର ଦାସ ,ସୁଧାଂଶୁ ସାହୁ,ନବଘନ ପଢ଼ିଆରି ପ୍ରମୁଖ ଉପସ୍ଥିତ ଥିଲେ । ଗଣ ମାଧମ ସମୁଖରେ ପ୍ରଶାସନ ଓ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ନଂକୁ ଅନୁରୋଧ କରିଛନ୍ତି ଏ ପରିବାର ଟିକୁ ସାହାଯ୍ୟ କରିବାକୁ