ଶାଗୁଣା ମୃତ୍ୟୁକୁ ନେଇ ବଢିଲା ଚିନ୍ତା

ଛେଗାଓଁ ଅଞ୍ଚଳରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଏହି ଶାଗୁଣାଙ୍କର ମୃତ୍ୟୁ ଘଟିଛି ।

0

କ଼ାମରୂପ : ଆସାମରେ ବହୁମାତ୍ରାରେ ଦେଖିବାକୁ ମିଳି ଥାନ୍ତି ବିଲୟୀମୁଖୀ ଶାଗୁଣା । କିଛି ଦିନ ହବେ ସେହି ଶାଗୁଣା ମାନଙ୍କ ପାଇଁ ଆସିଛି ବଡ ବିପଦ । ସୂଚନା ଅନୁସାରେ, ଆସାମର କାମରୂପ ଜିଲ୍ଲା ଅନ୍ତର୍ଗତ ଛେଗାଓଁ ଅଞ୍ଚଳରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଏହି ଶାଗୁଣାଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନେକ ଶାଗୁଣାଙ୍କର ଜୀବନ ସଙ୍କଟରେ ଥିବା ଜାଣାପଡିଛି ।

ଗୁରୁବାର ସନ୍ଧ୍ୟାରେ ରାଜ୍ୟ ବନ ବିଭାଗର କର୍ତ୍ତୁପକ୍ଷମାନେ ଛେଗାଓଁ ଅନ୍ତର୍ଗତ ମିଳନପୁର ଅଞ୍ଚଳରୁ ପ୍ରାୟ ୧୦୦ ମୃତ ଶାଗୁଣା ଉଦ୍ଧାର କରିଛନ୍ତି। କାମରୂପ ପଶ୍ଚିମାଞ୍ଚଳର ବନ ଅଧିକାରୀ କହିଛନ୍ତି, ପ୍ରଥମ ଥର ପାଇଁ ସେ ଏକ ସମୟରେ ଏତେ ସଂଖ୍ୟକ ଶାଗୁଣା ମରିପଡ଼ିଥିବାର ଦେଖିଲେ। ଏଥି ସହ ବନ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ ଏହି ଶାଗୁଣା ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟ ବରଣ କରିଛନ୍ତି ।

ମୃତ ଛେଳିର ମାଂସ ଖାଇଥିବା ସେମାନେ କହିଛନ୍ତି । କାରଣ ମଲା ଶାଗୁଣା ସବୁ ପଡ଼ିଥିବା ସ୍ଥାନରେ କିଛି ଛେଳି ହାଡ ମିଳିଥିଲା ।ବିଷାକ୍ତ ଛେଳି ମଢ ଖାଇ ଶାଗୁଣାମାନେ ମରିଯାଇଥିବା ସନ୍ଦେହ କରାଯାଉଛି ।କିନ୍ତୁ, ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଛେଳି ମଢ଼କୁ ବିଷାକ୍ତ କରିଥିବା ବ୍ୟକ୍ତିଜଣକ ଗରୁତର ଅପରାଧ କରିଛନ୍ତି। ଏଣୁ ଏପରି କାଣ୍ଡ କରିଥିବା ବ୍ୟକ୍ତିକୁ ଗିରଫ କରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ଏପରି ଘଟଣା ପୂର୍ବରୁ ଘଟିଥିଲେ ମଧ୍ୟ ଏତେ ସଂଖ୍ୟକ ଶାଗୁଣାଙ୍କର କେବେ ମୃତ୍ୟ ହୋଇ ନ ଥିବା ସେ କହିଛନ୍ତି ।