ଭୁବନେଶ୍ୱର: OSSC ପରିଚାଳିତ ପରୀକ୍ଷାରେ ତ୍ରୁଟି। OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି । ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ସିଲ୍ ଖୋଲାଥିବା ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ । ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟର ସିଲ୍ ଖୋଲାଯାଇଥିବା ନେଇ ପରୀକ୍ଷାର୍ଥୀମାନେ ଗୁରୁତର ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀମାନେ ଅଭିଯୋଗ କରି କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା । କିନ୍ତୁ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲିବାର ନିୟମ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ନିଜ ଦୋଷକୁ ଘୋଡାଇବା ପାଇଁ କର୍ତ୍ତୃପକ୍ଷ ଏହା ଏକ ବୈଷୟିକ ତ୍ରୁଟି କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ପରୀକ୍ଷାରେ ତ୍ରୁଟି ନେଇ କର୍ତ୍ତୃପକ୍ଷ ମାନିନଥିବା ବେଳେ ଅଭିଯୋଗକାରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦେଇନଥିବା ମଧ୍ୟ କୁହାଯାଉଛି ।ପରୀକ୍ଷାରୁ ବଞ୍ଚିତ ହେଲେ ଜଣେ ପରୀକ୍ଷାର୍ଥୀ। ପୁନଃ ପରୀକ୍ଷା କରିବାକୁ ପରୀକ୍ଷାର୍ଥୀଙ୍କ ଦାବି।