ମହିଳା ପ୍ରଯୋଜିକାଙ୍କ ନାମରେ କୋର୍ଟରେ ଅଭିଯୋଗ

ଭୁବନେଶ୍ୱର: ପୁଣି ଅଲିଉଡରେ ବିବାଦ । ପଦାରେ ପଡିଲା ପ୍ରଯୋଜକଙ୍କ କଳି । ଏହି ଅଲିଉଡ କଳି କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ମହିଳା ପ୍ରଯୋଜିକାଙ୍କ ନାମରେ ହୋଇଛି ଅଭିଯୋଗ । କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ପ୍ରଯୋଜକଙ୍କ ପତ୍ନୀ । ଚର୍ଚ୍ଚିତ ମହିଳା ପ୍ରଯୋଜିକା ସନଲିସା ପଟେଲଙ୍କ ନାମରେ କୋର୍ଟରେ ଅଭିଯୋଗ କରିଛନ୍ତି ପ୍ରଯୋଜିକ ଜ୍ୟୋତି ମହାନ୍ତିଙ୍କ ପତ୍ନୀ ରୋଜାଲିନ ମହାନ୍ତି ।

ଏକ ଗଣ ମାଧ୍ୟମରେ ଜ୍ୟୋତିଙ୍କ ନାମରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ତାଙ୍କ ମାନହାନୀ ହୋଇଥିବା ଅଭିଯୋଗ ଅଅଣି କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ରୋଜାଲିନ । ଗତ ଶୁକ୍ରବାର ଭୁବନେଶ୍ୱର ସିଭିଲ ଜଜ୍ କୋର୍ଟରେ ଅଭିଯୋଗ କରିଛନ୍ତି ରୋଜାଲିନ ।