୫୪ ଟି ମାମଲାର ଶୁଣାଣି କଲେ ଲୋପାମୁଦ୍ରା

(ଜୟନ୍ତ କୁମାର ସେଠୀ) : ଗତକାଲି ପୁରୀର ସଦଭାବନ ଗୃହ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଅଧିନରେ ଅନୁଷ୍ଠିତ ହୋଇଛି ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ । ଏହି କାର୍ୟ୍ୟକ୍ରମ ରେ ପୋଲିସ ଆରକ୍ଷି ଅଧିକାରୀ ସାର୍ଥକ ଷଡ଼ଙ୍ଗୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୁଷଣ ଦାସ ଯୋଗ ଦେଇଥିଲେ। ଏହି ଶିବିରରେ ଆୟୋଗର ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ର ଓ ମହିଳା ଆୟଗର ସଭ୍ୟ ମାନେ ବିଭିନ୍ନ ମାମଲାର ସୁଣାଣି କରିଥିଲେ ଏବଂ ଏଥିରେ ମୋଟ ୫୪ ଟି କେସର ମାମଲା ଶୁଣାଣି କରାଯାଇଥିଲା ।