ହିନ୍ଦୋଳ ଅମଲା ସଙ୍ଘ ପକ୍ଷରୁ ସାମୁହିକ ଛୁଟି ଦରଖାସ୍ତ

ହିନ୍ଦୋଳ(ଗୌତମ ମୁଦୁଲି)ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ୍ତ ଅମଲା ମାନଙ୍କ ଦାବିପୂରଣ କରିବାରେ ରାଜ୍ୟସରକାର ବିଫଳ ହେବାରୁ ସାମୁହିକ ଛୁଟିରେ ଯିବାକୁ ଦରଖାସ୍ତ କରିଛନ୍ତି।ଗତ ୨୨/୬/୨୦୨୫ରେ ରାଜ୍ୟ ରେଡ଼କ୍ରସ ଭବନରେ ଆୟୋଜିତ ରାଜ୍ୟ ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ଅନୁଯାଇ ସଂଘ ପକ୍ଷରୁ ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି ନଂ ୫୪/୨୩-୬-୨୫ ଦାବିପତ୍ର ପ୍ରଦାନ କରାଯାଇଥିଲା।ତେବେ ରାଜ୍ୟ ସରକାର ଦାବିଗୁଡିକ ୮/୮/୨୦୨୫ସୁଦ୍ଧା ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ଆସନ୍ତା ୧୧/୮/୨୦୨୫ରୁ ସାମୁହିକ ଛୁଟିରେ ଯିବାକୁ ନିଷ୍ପତି ନେଇ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ସଙ୍ଘର ବରିଷ୍ଠ ରାଜସ୍ବ ସହାୟକ କ୍ଷିତୀଶ କୁମାର ଆଚାର୍ଯ୍ୟ, କନିଷ୍ଠ ରାଜସ୍ବ ସହାୟକ ପ୍ରଦ୍ୟୁମ୍ନ କୁମାର ବେହେରା, ଅମଲା ତପନ ଲେଙ୍କା, ମନୋଜ ପରିଡା,ବିବେକାନନ୍ଦ ବିଶ୍ୱାଳ,ତାରାକାନ୍ତ ଦେହୁରୀ, ବିନୋଦ ନାଏକ,ଜ୍ୟୋତିରଞ୍ଜନ ଭୋଇ,କେଶବ ବେହେରା, ସନ୍ଦୀପ ବେହେରା,ତୁଷାର ରଞ୍ଜନ ମହାନ୍ତି,ଶକ୍ତିପ୍ରସାଦ ସେଠି ପ୍ରମୁଖ ହିନ୍ଦୋଳ ଉପଜିଲ୍ଲାପାଳ ଅଫିସରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ସାମୁହିକ ଛୁଟିରେ ଯିବାପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅନୁରୋଧ ଜଣାଇଛନ୍ତି।