ରାୟଗଡ଼ା / ସନ୍ତୋଷ ଜନକ ଲମତା : ଉପରସାଜାରେ କଲଭେଟର ସେଣ୍ଟ୍ରିଙ୍ଗ୍ ଭୁଶୁଡିବା ଘଟଣା ,ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ଵଧା ଦେବ ସିଂ । ଗତ ସୋମବାର ୩୧ତାରିଖ ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁ ଠାରୁ ତଳ ସାଜା ଦେଇ ଉପର ସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା । ଉପର ସାଜା ନିକଟରେ ଥିବା ଜାପିଙ୍ଗ୍ ନାଳରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ ସେଣ୍ଟ୍ରିଙ୍ଗ୍ କରାଯାଇଥିଲା । ଉକ୍ତ ଗ୍ରାମର ୫ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ । ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇ ଥିଲା। ଯାହା ଫଳରେ ଗାଧୋଉଥିବା ଲୋକଙ୍କ ଉପରେ ଲୋଦି ହୋଇଯାଇଥିଲା । ୪ଶିଶୁ ସମେତ ଜଣେ ବ୍ୟକ୍ତି ଙ୍କମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅନ୍ୱେଷ କୁଲିସିକା ବଞ୍ଚି ଯାଇଥିଲେ । ଏହି ଘଟଣା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁବରଣ କରିଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ମୋଟ ୫ ପରିବାରକୁ ମୋଟ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରି କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ସେହି ଟଙ୍କା କୁ ଜିଲାପାଳ ଓ ମନ୍ତ୍ରୀ ଗସ୍ତ କରି ମୃତ ପରିବାରକୁ ସାନ୍ତ୍ୱନା ଦେଇ ୩ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ମୋଟ ୨୦ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ । ଏବଂ ମୃତ ଲକ୍ଷ୍ମୀଧର ମିଣିଆକାଙ୍କ ସ୍ତ୍ରୀ ସାଇବାଣୀ ମିଣିଆକା ଙ୍କୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଜିଲାପାଳ କହିଥିଲେ ।