ସୁବର୍ଣ୍ଣପୁର: ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିପାରନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସୁବର୍ଣ୍ଣପୁର ଗସ୍ତ ହେବ | ସରକାରଙ୍କ ବର୍ଷ ପୂରଣ ଅବ୍ଯବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି । ତାରିଖ ଚୂଡାନ୍ତ ହୋଇ ନ ଥିଲେ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ସଦର ମହକୁମାର ରାମେଶ୍ବର ଷ୍ଟାଡିୟମ ଠା ରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏଥିପାଇଁ ସଭା ସ୍ଥଳ ଓ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶତାଧୂକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଆସିବେ। କାର୍ଯ୍ୟକ୍ରମ ସାରି ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ପ୍ରଶାସନ ଓ ଭାଜପା ଶିବିର ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲ୍ଲାବାସୀ ଙ୍କ ମଧ୍ୟରେ ସବୁଠି ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।