ମୋଦିଙ୍କ ପଥରେ ସିନ୍ଦେ

ମହାରାଷ୍ଟ୍ର: ମୋଦିଙ୍କ ପଥ ଅନୁସରଣ କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୭୫ ହଜାର ସରକାରୀ ବିଭାଗରେ ନିଯୁକ୍ତି ଦେବାପାଇଁ ଘୋଷଣା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଘୋଷଣା କରିଥିବା ବେଳେ ୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ସେହିପରି ଗତ ଶନିବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ବର୍ଷ ମଧ୍ୟରେ ମହାରାଷ୍ଟ୍ରର ୭୫ ହଜାର ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହା ସହ ଫଡନାଭିସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଆମ ସରକାର ମଧ୍ୟ ଚାକିରି ଯୋଗାଇବାକୁ ନିଷ୍ଫତ୍ତି ନେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ର ପ୍ରାଶଂସା କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।ତେବେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଘୋଷଣା କରିଥିିବା ୭୫ ହଜାର ନିଯୁକ୍ତି ଭିତରୁ ପ୍ରାୟ ୧୮ ହଜାର ଯୁବକଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯିବ । ଆଗାମୀ ୫ ରୁ ୭ ଦିନ ମଧ୍ୟରେ ଏନେଇ ବିଜ୍ଞାପନ ଦିଆଯିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି । ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ସବୁ ମହଳରେ ପ୍ରଶଂସା କରାଯାଉଛି ।