ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଚାଷୀଙ୍କୁ ପୁଣି ମିଳିବ ଟଙ୍କା । ଆସନ୍ତାକାଲି ଅକ୍ଷୟ ତୃତୀୟାରେ ୫୦ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ୧ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବ । ତେବେ ନାମପତ୍ର,ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ସିଏମ କିଷାନ ।ସିଏମ କିଷାନ୍ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବେ ସରକାର । ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।