କଟକ: କଟକ SCB ମେଡିକାଲ କଲେଜରେ ଉତ୍ତେଜନା । ନର୍ସିଂ ଷ୍ଟାଫ ଓ ହାଉସ ସର୍ଜନ ମଧ୍ୟରେ ମୁହାଁମୁହିଁ । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର । ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ହାଉସ ସର୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର । ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯାଇଛି।ସମସ୍ୟାର ସମାଧାନ ପାଇଁ ଅଧୀକ୍ଷକ ଅଫିସରେ କମିଟି ବସିଥିବା ସୂଚନା ମିଳିଛି ।