ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବୀ ନେଇ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି । କରୋନା ମହାମାରୀ ପାଇଁ ଡ୍ରାଇଭରଙ୍କ ଜୀବନ ଜୀବିକା ବିପର୍ୟ୍ୟସ୍ତ ହୋଇଛି । ଏଣୁ ଡ୍ରାଇଭରଙ୍କୁ ଆର୍ଥିକ ସାହାଯ୍ୟ ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି ହୋଇଛି । ସେହିପରି ରାସ୍ତାଘାଟରେ ଡ୍ରାଇଭରଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ଗାଡି ପାର୍କିଂ ଏବଂ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ପ୍ରତି ୧୦୦ କିଲୋମିଟରରେ ରେଷ୍ଟ ରୁମ ବ୍ୟବସ୍ଥା ସହ ୫୫ବର୍ଷ ପରେ ପେନସନ ଏବଂ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି ଆଦି ୧୦ ଦଫା ଦାବୀ ରଖାଯାଇଛି ।