କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ମୋ ସେବା କେନ୍ଦ୍ର ପରିଚାଳକ ସଙ୍ଗ ତରଫରୁ ୭ ଦଫା ନେଇ ଦାବିପତ୍ର ଦେଇଛନ୍ତି । ଫିରିଙ୍ଗିଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଓ ତହସିଲ ଙ୍କୁ ଦିଆଯାଇଛି। ଦାବି ଗୁଡିକ ହେଲା
(୧)ଗୋଟିଏ ପଞ୍ଚାୟତ ରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ଖୋଲାଯାଉ
(୨)ସମସ୍ତ ଆବାସ ପତ୍ର ସହ ପଞ୍ଚାୟତ ରେ ଗୃହ କିମ୍ବା ପଞ୍ଚାୟତ ରେ ଯେ କୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ(ଯଥା – ଟେବୁଲ୍, ଚେୟାର, ବିଦୃତ୍ ବିଲ୍, ଇଣ୍ଟରନେଟ ଇତ୍ୟାଦି) ଯୋଗାଇ ଦିଆଯାଉ
(୩) ରାଜ୍ୟ ସରକାର ନୂତନ ଭାବେ ସି ଏସ ପି ପ୍ଲସ୍ ଖୋଲିବାକୁ ଯାଉଛି ତାହା ମୋ ସେବା କେନ୍ଦ୍ର କୁ ଦିଆଯାଉ
(୪)ସମସ୍ତ ସରକାର ସେବା ଗୁଡିକ ପବ୍ଲିକ୍ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମଧ୍ୟ ମରେ କରିବା ପାଇଁ ସୁଯୋଗ ଦିଆଯାଉ
(୫) କିଛି ମାତ୍ରାରେ ପାରିଶ୍ରମିକ ବେତନ ଦିଆଯାଉ
(୬)ମୋ ସେବା କେନ୍ଦ୍ର ରେ ଦିଆଯାଇଥିବା ସେବା ଗୁଡ଼ିକର ମୋ ସେବା କେନ୍ଦ୍ର ର ନାମ ରହୁ ଓ ଆଧାର ପଞ୍ଜିକରଣ ଓ ସଂଶୋଧନ ସୁବିଧା ପ୍ରଧାନ କରାଯାଉ
(୭) ମୋ ସେବା କେନ୍ଦ୍ର 5ଟି ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜସ୍ବ ବିଭାଗର ସମସ୍ତ ଅନଲାଇନ୍ କାର୍ଯ୍ୟ – ତଥା ଜାତିଗତ/ବାସିନ୍ଦା/ଆୟ ପ୍ରମାଣ ପତ୍ର ଆଦି ତିନି ବର୍ଷ ପୂର୍ବେ e-district ଜରିଆରେ ହେଇଆସୁଥିଲା, ଠିକ ସେହିଭଳି ପୁଣି ଥରେ ଓଡ଼ିଶା ଓନେ ପୋର୍ଟାଲ ମଧ୍ୟମ ରେ ଉପଲବ୍ଧ କରିବାରେ ପ୍ରାଧାନ୍ୟ ଦିଆଯାଉ।
ଏହି ୭ଦଫା ଦାବିକୁ ନେଇ ଆଜି କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ଲକ ମୋ ସେବାକେନ୍ଦ୍ର ର ଜିଲା ସଭାପତି ସମ୍ୟରଞ୍ଜନ ପ୍ରଧାନ ନେତୃତରେ ଓ ସମ୍ପାଦକ ବିଭୂତି ଭୂଷଣ କହଁର, ରଶ୍ମିରଞ୍ଜନ ପ୍ରଧାନ, ବିକ୍ରମ ଦିଗାଲ, ହରିଶ୍ ଚନ୍ଦ୍ର କହଁର, ଜିତେନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ,ଜୟଦେବ ନାୟକ, ଜିପୁନ ମୁଖୀ, ଗଙ୍ଗାଧର କହଁର ଓ କୈଳାଶ କହଁର ଯୋଗ ଦେଇଥିଲେ। ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାପାଲ୍ ଙ୍କୁ ଦାବିପତ୍ର ଦିଆଯାଇଥିଲା।