ଗୋପ(ଜୟନ୍ତ କୁମାର ସେଠୀ): ନିଖିଳ ଓଡିଶା ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନ ପକ୍ଷରୁ ୪ ଦଫା ଦାବୀ ନେଇ ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ଦୀର୍ଘ ୧୧ବର୍ଷ ଧରି ଆସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କୁ ବାରମ୍ବାର ଦାବି ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରୁନାହାଁନ୍ତି ସରକାର । ଏବେକା ପରିସ୍ଥିତିରେ ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର ହୋଇ ପଡିଛି ।
ରାଜ୍ୟବ୍ୟାପୀ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ କାର୍ଯ୍ୟ କରୁଥୁବା ଡାଟା ଏଣ୍ଟ୍ରି ଅପରେଟରଙ୍କ ତାଲିକା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । କଲେଜ ଡିପାର୍ଟମେଣ୍ଟାଲ ସୁପାରିଶ ଅନୁଯାୟୀ ଖାଲି ପଡିଥିବା ଜୁନିୟର କ୍ଲର୍କ ପଦବୀରେ ନିଯୁକ୍ତି ତଥା କଲେଜର ଅନ୍ୟ କର୍ମଚାରୀଙ୍କ ପରି ସୁବିଧା ପ୍ରଦାନ ପାଇଁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।