ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ ମାରିବା ଘଟଣା, ସାମ୍ନାକୁ ଆସିଲା ଜେଲ୍ ବିଭାଗର ଆଉ ଏକ କଳା କାରନାମା

କଟକ: ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ ଆସିଲା ଜେଲ୍ ବିଭାଗର ଆଉ ଏକ କଳା କାରନାମା । କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକଂପା । ନିଲମ୍ବନର ମାତ୍ର ୧୫ ଦିନ ପରେ କର୍ମଚାରୀଙ୍କୁ ପୁନଃନିଯୁକ୍ତି । ଚିଫ୍ ୱାର୍ଡର ଭଗତ ଚରଣ ରାମଙ୍କୁ ଅକ୍ଟୋବର ୩ରେ ନିଲମ୍ବନ ହୋଇଥିଲେ । ଅକ୍ଟୋବର ୧୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମିଳିଛି ପୁନଃନିଯୁକ୍ତି । ନିଲମ୍ବନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନା କେବଳ ଲୋକ ଦେଖାଣିଆ ଉଠିଛି ପ୍ରଶ୍ନ ।

ଗତ ଅକ୍ଟୋବର ୨ ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଥିଲା ପୋଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍‌ର ଦାୟିତ୍ୱରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି ।