ଆସିଲା ଚିତ୍ତରଞ୍ଜନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

ପୁରୀ: ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ଘଟଣାର ଚାଲିଛି ଅହରହ ତନାଘନା । ମୁଖ୍ୟ ଅଭିଯୁକ୍ତ ଜଗା ଏବଂ ଅନ୍ୟ ୩ ଜଣଙ୍କର କରାଯାଉଛି ଲାଏ ଡିଟେକ୍ସନ । ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଦୁଇ ମହିଳା । ଭୁବନେଶ୍ୱର ଷ୍ଟେଟ ଫରେନ୍ସିକ ଲ୍ୟାବରେ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି । ଅଭିଯୁକ୍ତମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇଛି ୬୦ ପ୍ରଶ୍ନ । ତେଣୁ ଟେଷ୍ଟ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସିପାରେ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି ।

 ସେପଟେ କ୍ରାଇମବ୍ରାଞ୍ଚ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପହଞ୍ଚି ସାରିଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା କହୁଛି ଚିତ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟ । ତେବେ ବୁଡିଯାଇ ମୃତ୍ୟୁ ବରଣ କରିଥିବା କଥା ମଧ୍ୟ ରିପୋର୍ଟରେ ଲେଖା ଯାଇଛି । ଭିସେରା, ଡାଏଟମ୍ ଓ ରକ୍ତ ନମୁନା ଲ୍ୟାବକୁ ପଠାଯାଇଛି । ଫୋରେନସିକ୍ ରିପୋର୍ଟ ଆସିବା ପରେ ଫାଇନାଲ ରିପୋର୍ଟ ପୋଲିସକୁ ପ୍ରଦାନ କରାଯିବ। ସିଡିଏମ ଦାୟିତ୍ଵରେ ଥିବା ଡକ୍ଟର ପ୍ରଣବ ଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।