କଟକ:- କଟକ ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଥିଲା । ବିଶ୍ବବିଦ୍ୟାଳୟ ଇଷ୍ଟ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ସିନିୟର୍ ଛାତ୍ରଙ୍କଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ୧୦ ଜଣ ଛାତ୍ରଙ୍କ ନାଁରେ କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଯିବାପରେ ଏହାପରେ ପ୍ରାଥମିକ ପଦକ୍ଷେପ ସ୍ବରୁପ, ସମ୍ପୃକ୍ତ ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ତେବେ ଆଜି ଆଜି ଦିନ ସାଢେ ୧୦ଟା ବେଳେ ରେଭେନ୍ସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବୈଠକ ପରେ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର ଏହି ଘଟଣା ସତ ବୋଲି କହିବା ସହ ରାଗିଂ ହୋଇଥିବାର ନେଇ ପ୍ରମାଣ ରହିଛି ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭିଡିଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ସହିତ ରାଗିଂ କରିଥିଲେ । ଘଟଣାସ୍ଥଳରେ ଚିଫ ୱାର୍ଡେନ, ଡେପୁଟି ୱାର୍ଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇ ଜଣ ସଦସ୍ୟ ଥିଲେ। ଆଣ୍ଟି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏ ସେମାନଙ୍କ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ।
