ଭୁବନେଶ୍ୱର: ସିଡିଓ ଏବଂ ବିଡ଼ିଓ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଟାସ୍କ । ମିଟିଙ୍ଗ କମ କରି field visit କର। ଲୋକଙ୍କ ସହ ମିଶ। ସରକାରୀ ସୁବିଧା ପାଇଛନ୍ତି କି ନାହିଁ ବୁଝ। ଟାଇମ ଲିମିଟ ଭିତରେ ଜଣେ ଲୋକ ସବୁ ସୁବିଧା ପାଇବା କଥା। ଅଭିଯୋଗ ଶୁଣାଣି ଏବଂ ତାର ସମାଧାନକୁ ଗୁରୁତ୍ୱ ଦିଅ। ସରକାର ଙ୍କ ଭିଜନଙ୍କୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କର। ବ୍ଲକ ସ୍ତରରେ ସମନ୍ୱୟ ଆଣ। ଗ୍ରାଉଣ୍ଡ ରେ କଣ ଆବଶ୍ୟକ ସରକାର ଙ୍କୁ ରିପୋର୍ଟ ଆଉ ପ୍ରସ୍ତାବ ଦେବାକୁ ଦେଲେ ପରାମର୍ଶ। ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସିଡିଓ ଏବଂ ବିଡ଼ିଙ୍କୁ କିଛି ଏଭଳି ଟାସ୍କ ଆଉ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।