କୃଷି ଭବନ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ

(ରିପୋର୍ଟସଟୁଡେ) : କୃଷି ଭବନ ହେଉଛି ସମବେତ ପ୍ରୟୋଗରେ ଏକ ଉତ୍କର୍ଷ କୃଷି ପଦ୍ଧତିର ବିକାଶ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷକଙ୍କ ପାଇଁ ଏକ ଚଳଚଞ୍ଚଳ କେନ୍ଦ୍ର । ଆଜି ଭୁବନେଶ୍ୱରସି୍ଥତ ଗୋପବନ୍ଧୁ ମାର୍ଗରେ ଥିବା କୃଷି ଭବନକୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ମାନ୍ୟବର ମନ୍ତ୍ରୀ , ମାନ୍ୟବର ବିଧାୟକ, ଓଡିଶା ସରକାରଙ୍କ ମୂଖ୍ୟ ସଚିବ, ସମସ୍ତ ବିଭାଗୀୟ ପ୍ରମୁଖ ସଚିବ, ନିର୍ଦ୍ଧେଶକ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୦୦ ଜଣ କୃଷକ ଯୋଗ ଦେଇଥିଲେ ।