ବ୍ୟୁରୋ : ଅସୁସ୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ପୁଅ | ମୁଖ୍ୟମନ୍ତ୍ରୀଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । କେବଳ ପୁଅ ଦିଲ୍ଲୀପ ନୁହନ୍ତି ଜର୍ଜ ପଟ୍ଟନାୟକଙ୍କ ଝିଅ ରେଖା ମଧ୍ୟ ତାଙ୍କ ପାଖରେ ରହୁଛନ୍ତି ତେବେ ଦୁହେଁ ବର୍ତ୍ତମାନ ଅସୁସ୍ଥ ଅଛନ୍ତି | ତାଙ୍କ ଅସୁସ୍ଥ ଥିବା କଥା ଜାଣି ତାଙ୍କ ଆନନ୍ଦ ଭବନରେ ପହଞ୍ଚି ଭେଟିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ।
କହିରଖୁ କି, ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ । ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି । ଏଣୁ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲ୍ଲୀପ ଓ ଝିଅ ରେଖା ବାସ କରୁଛନ୍ତି । ଏବଂ ବିଜୁ ପଟ୍ଟନାୟକଙ୍କ ଆନନ୍ଦ ଭବନ ଏବେ ସରକାରୀ ମ୍ୟୁଜିୟମ ହୋଇଯାଇଛି ।
ଦିଲ୍ଲୀପ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି । ଏକ ଦୁର୍ଘଟଣାର ଶିକାର ପରେ ଆଉ ଭଲ ଭାବେ ଚାଲି ପାରୁନାହାନ୍ତି ଦିଲ୍ଲୀପ | ଦୀର୍ଘ ଦିନ ଧରି ଦିଲ୍ଲୀପ ପଟ୍ଟନାୟକ ଅସୁସ୍ଥ ରହିଛନ୍ତି ହେଲେ କେବେ ବି ମୁଖ୍ୟମନ୍ତ୍ରୀ ଭଲ ମନ୍ଦ ବୁଝିନଥିବା ସେ କହିଛନ୍ତି ।