ଜନସମ୍ପର୍କ ପଦଯାତ୍ରା ସଭା ମଞ୍ଚରେ ନିଆଁ ବାଣ ହେଲେ ନବୀନ

ଭୁବନେଶ୍ୱର: କୁର୍ତ୍ତାରେ ଶଙ୍ଖ ଚିହ୍ନ ବ୍ୟାଚ ଓ କାନ୍ଧରେ ବିଜେଡି ଉତ୍ତରିୟ ପକାଇବାକୁ ନେଇ ବିରକ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମ ସମୟରେ ଷ୍ଟେଜରେ ବସିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟର ଦଳର ନାରୀ ନେତ୍ରୀ ଶ୍ରୀ ମୟୀ ମିଶ୍ର ନବୀନଙ୍କ କୁର୍ତ୍ତାରେ ଶଙ୍ଖ ଚିହ୍ନ ବ୍ୟାଚ ଲଗାଇ ଦେଇଥିଲେ । ସେହିପରି ପରେ ପରେ ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେଡିର ଉତ୍ତରିୟ ନବୀନଙ୍କ କାନ୍ଧରେ ପକାଇଥିଲେ । ଯାହାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ବିକ୍ତି ଗତ ସହାୟକ ଙ୍କୁ ଡାକି ଉତ୍ତରିୟ କାଢି ଫୋପଡ଼ିଦେଇଥିଲେ ନବୀନ । ଏବଂ ଶଙ୍ଖ ଚିହ୍ନ ବ୍ୟାଚ ତୁରନ୍ତ ଖୋଲିବାକୁ କହିଥିଲେ ନବୀନ ପଟ୍ଟନାୟକ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତୁରନ୍ତ ଶଙ୍ଖ ଚିହ୍ନ ବ୍ୟାଚ ଖୋଲିଦେଇ ଥିଲେ ।