ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୋହନଙ୍କୁ ନବୀନଙ୍କ ସ୍ୱାସ୍ଥ୍ୟ ଚିନ୍ତା । ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ଶୁଣି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ତାଙ୍କ ଏକ୍ସ ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଜାଣି ମୁଁ ଚିନ୍ତିତ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।’’

ସୂଚନାଯୋଗ୍ୟ, ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟାନୟକ । ଜୁନ୍ ୨୨ରେ ଯିବେ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ।ତାଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ହେବେ ଚିକିତ୍ସିତ ।ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଯିବେ ନବୀନ ।ଏନେଇ ଏକ୍ସ ରେ ସୂଚନା ଦେଇଛନ୍ତି ନବୀନ ।ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ,ଓଡିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି ।ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି କହିଛନ୍ତି ନବୀନ । ତେବେ ନବୀନଙ୍କ ପୋଷ୍ଟ ପରେ ମୁଖ୍ୟମନ୍ତ୍ରୀ ନିଜ ଏକ୍ସରେ ପୋଷ୍ଟରି ଆଶୁ ଆରୋଗ୍ୟ କାମନା କରିଛନ୍ତି ।