ଭୁବନେଶ୍ବର-: ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୂର୍ବରୁ ସୂଚନା ଦେଇ ଥିବାବେଳେ, ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତିକି ଜୁନ୍ ୪ରୁ ୧୪ ତାରିଖ ଯାଏ ରାଜ୍ୟ ସରକାର ବର୍ଷ ପୂର୍ତ୍ତି ପାଳନ କରିବେ ଆଉ ତାହାର କିଛିଦିନପାରେ ରଥଯାତ୍ରା ଥିବାରୁ ମହାପ୍ରଭୁଙ୍କ ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନୀତି ଆୟୋଗଙ୍କ ବୈଠକ ଅବସରରେ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୁହେଁ, ବରଂ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁବି ନିମନ୍ତ୍ରଣ କରାଯାଇଛି ।