ବାରିପଦା: ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୁରଲୀଧର । ତାଙ୍କ ବ୍ୟତୀତ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ପି. ରାଉତରାୟ ମଧ୍ୟ ଏହି ଗସ୍ତରେ ମୁଖ୍ୟ ବିଚାରପତିଙ୍କ ସହ ଗସ୍ତରେ ଅଛନ୍ତି । ଗସ୍ତରେ ଆସି ବାରିପଦା ସିଭିଲ କୋର୍ଟ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଚାର ବିଭାଗୀୟ ବିଭିନ୍ନ କାର୍ଯ୍ୟର ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ବିଚାର ବିଭାଗର ଆଇନଜୀବୀ ପ୍ରମୁକ ଉପସ୍ଥିତ ରହିଥିଲେ । ଏଠାରୁ ଫେରିବା ସମୟରେ ମୁଖ୍ୟ ବିଚାରପତିଙ୍କର ବାଲେଶ୍ୱର ଏବଂ ଭଦ୍ରକ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି ।