(ରିପୋର୍ଟସ ଟୁଡ଼େ) ଖୋର୍ଦ୍ଧା ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଓପନ ଚେସ୍ ଚାମ୍ପିୟନଶିପ୍ ଶୁକ୍ରବାର ଏଠାରେ ଉଦ୍ୟାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୩ ଖେଳାଳି ପ୍ରିୟବ୍ରତ ସାମନ୍ତ ସିଂ, ମନୀଷ କୁମାର ଓ ସଞ୍ଜୀବନ ନାୟକ ୭.୫ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ବୁକୋଲଜ୍ରେ ପ୍ରିୟବ୍ରତ ପ୍ରଥମ ସ୍ଥାନରେ ରହି ଚାମ୍ପିୟନ ହୋଇଥିବାବେଳେ ମନିଷ ଦ୍ୱିତୀୟ ହୋଇ ରନର୍ସଅପ୍ ଏବଂ ସଞ୍ଜୀବନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳା ବିଭାଗରେ ମିରାକ୍ଲ ପଣ୍ଡା, ଅଙ୍କିତା ସାହୁ ଓ ସୁହାନା ଜେନା ପ୍ରଥମ ତିନି ସ୍ଥାନ ପାଇଛନ୍ତି। ଅବସରପ୍ରାପ୍ତ ଡିଜି ଶରତ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଏବଂ ମାଇଣ୍ଡଟ୍ରିର ବିଜ୍ନେସ୍ ହେଡ୍ ସଞ୍ଜୀବ କୁମାର, ଆୟୋଜକ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କୁମାର ବେହେରା, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ଶିବ ପ୍ରସାଦ ବାରିକ ପ୍ରମୁଖ ଅନ୍ୟତମ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।