କେନ୍ଦ୍ରାପଡ଼ା : ମେଡିକାଲ ସ୍ଥାନାନ୍ତରକୁ ନେଇ କିଛିଦିନ ହେବ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡ଼ା ସହର । ଗଲା ୧୭ ତାରିଖରେ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତକୁ ନେଇ ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ୨୪ ଘଣ୍ଟିଆ ବନ୍ଦ କରାଯାଇଥିଲା କେନ୍ଦ୍ରାପଡ଼ା ସହରକୁ । କିନ୍ତୁ ପ୍ରଶାସନ ଉପରେ କୌଣସି ପ୍ରଭାଵ ପଡ଼ିନଥିଲା । ପ୍ରଶାସନ ନିରବଦ୍ରଷ୍ଟା ସାଜିଥିଲା । ଆଜି ପୁଣି ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପଂହଁଞ୍ଚି ଜିଲ୍ଲାପାଳଙ୍କୁ ପୁଣିଥରେ ଅବଗତ କରାଇବା ନିମନ୍ତେ ଆସିଥିଲେ । ସେହି ସମୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ଡ୍ରଗ୍ସ ବିଭାଗ ତରଫରୁ ପୁରୁଣା ମେଡିକାଲ ପାଖରେ ଥିବା କିଛି ମେଡ଼ିସିନ ଷ୍ଟୋର ଓ ପାଖାପାଖି ଥିବା ନର୍ସିଙ୍ଗହୋମ ଉପରେ ଚଢ଼ାଉ କରିଛି ।
ଚଢ଼ାଉ ବେଳେ ମୋଟ ତିନୋଟି ଔଷଧ ଦୋକାନ ଓ ଦୁଇଟି ପାଥୋଲ୍ୟାବ କୁ ସିଲ କରାଯାଇଛି । ଚଢ଼ାଉ ସମୟରେ ପାଥୋଲ୍ୟାବ ଓ ଔଷଧ ଦୋକାନ ର ଆବଶ୍ୟକୀୟ କାଗଜପତ୍ର ନଥିବା ଓ କିଛି ଏକ୍ସପାରୀ ମେଡ଼ିସିନ ଚଢ଼ାଉ ସମୟରେ ଜବତ କରାଯାଇଛି ବୋଲି ବିଭାଗ ତରଫରୁ କୁହାଯାଇଛି । ହେଲେ ପାଥୋଲ୍ୟାବ ର ମାଲିକ କହିଛନ୍ତି ଚିକିତ୍ସାଳୟ ସ୍ଥାନାନ୍ତର କୁ ବିରୋଧ କରିବାରୁ ଏହା ଆକ୍ରୋଶ ମୂଳକ ଭାବେ ଅଚାନକ କରାଯାଇଛି । ପାଖରେ ଥିବା ସୂର୍ୟ୍ୟ ନର୍ସିଙ୍ଗହୋମ ର ଅଲଟ୍ରାସାଉଣ୍ଡ ରୁମ ଓ ନର୍ସିଂଗହୋମ ର ମେଡ଼ିସିନ ଷ୍ଟୋର କୁ ମଧ୍ୟ ସିଲ କରାଯାଇଛି, ନର୍ସିଙ୍ଗହୋମ ମାଲିକ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଏହି ଚଢ଼ାଉ ବେଳେ ଡ୍ରଗ୍ସ ସ୍କ୍ୱାଡ଼ ସହିତ ଉପଜିଲ୍ଲାପାଳ,ସ୍ଥାନୀୟ ତହସିଲଦାର କେନ୍ଦ୍ରାପଡ଼ା ଏସ୍ଡ଼ିପିଓ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ଙ୍କ ସହିତ ବୋହୁ ଫୋର୍ସ ମୁତୟନ ଥିଲେ ।