ଜ୍ୱରରେ ପୀଡିତ ଚତୁର୍ଦ୍ଧରବିଗ୍ରହ: ଜାରି ରହିଛି ଗୁପ୍ତ ଚିକିତ୍ସା

ପୁରୀ : ମହାସ୍ନାନ ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧରବିଗ୍ରହ ।ଏଥି ପାଇଁ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା । ସମ୍ପୂର୍ଣ୍ଣ ଆୟୁର୍ବେଦ ପଦ୍ଧତିରେ କରାଯାଉଛି ମହାପ୍ରଭୁଙ୍କର ଚିକିତ୍ସା । ଚତୁର୍ଦ୍ଧା ବିଗ୍ରହଙ୍କ ଶରୀରରେ ଫୁଲୁରୀ ତେଲ ଲାଗି ପରେ ଗତକାଲି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବା ନେଇ ବିଧି ରହିଛି । ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ । ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି ।
ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍କରେ ଗତକାଲି ଫୁଲୁରୀ ତେଲ ଲାଗିହେବ । ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଗତକାଲି ମଧ୍ୟହ୍ନ ଧୂପ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିôବା ଝୁଣା , ତେଲ ଓ ବିଭିନ୍ନ ଚୋ ମୂଳିରେ ପ୍ରସ୍ତୁତ ଔଷଧ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇଛନ୍ତି । ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ କରାଯିବ । ଷଷ୍ଠୀ ଓ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଏବଂ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବା ପରେ ଏକାଦଶୀ ତିଥିରେ ଦଶମୂଳ ଖାଇବା ପରେ ମହାପ୍ରଭୁ ସମ୍ପୂଣ୍ଣ ଉପଶମ ହେବାର ପରମ୍ପରା ରହିଛି ।