ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ଛପନ ଭୋଗ

ବାଲେଶ୍ୱର : ବନ୍ୟା ବିପନ୍ନଙ୍କୁ ସହାୟତାର ହାତ  ବଢ଼ାଇଛି ଛପନ ଭୋଗ । ଆଜି ବାଲେଶ୍ୱର ଭୋଗରାଇଠାରେ ଏକ ଟ୍ରକ ମାଧ୍ୟମରେ ରିଲିଫ ବାଣ୍ଟିଛନ୍ତି । ବନ୍ୟାର ବିରଳ ରୂପ ପୁରା ରାଜ୍ୟ ଦେଖିଲା  । ଏବେ ବି ଅନେକ ଲୋକ ରହିଯାଇଛନ୍ତି ଜଳ ବନ୍ଦୀ ହୋଇ ।

ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରୁଛି ସତ ହେଲେ ଚାଷୀ କୁଳ ଅଂଟା ସଳଖି ଛିଡା ହେବ ଅସମ୍ଭବ ହୋଇଯାଇଛି  । ଅନେକ ଲୋକଙ୍କର ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଲୋକ ଖାଇବା ପାଇଁ ମୁଠେ ଦାନ ବି ପାଉନାହାନ୍ତି  ।  ଆଉ ଏଭଳି ଦୁଃଖଦ ସମୟରେ ବିପନ୍ନଙ୍କ ସହ ହୋଇଛନ୍ତି ଛପନ ଭୋଗର ଟିମ । ଏବଂ ବନ୍ୟା ପାଣି ଘେରରେ ରହିଥିବା ଭୋଗରାଇ ବାସିନ୍ଧାଙ୍କୁ ଶୁଖିଲା ଖାଦ୍ୟ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ହଜାର ହଜାର ଲୋକଙ୍କୁ ଅନ୍ନ ଦେଉଥିବା ଏହି ଛପନଭୋଗ ହୋଟେଲର ମାଲିକ ଏବଂ ତାଙ୍କ ସହଯୋଗୀଙ୍କର ଏଭଳି କାର୍ଯ୍ୟ ଲାଗି ପ୍ରସଂସାର ସୁଅ ଛୁଟୁଛି  । କାରଣ ଏଭଳି ବିପଦରେ ଥିବା ଲୋକଙ୍କୁ ଯିଏ ସାହାଯ୍ୟର ହାତ ବଢାଏ ତାଙ୍କୁ ଭଗବାନର ଆଖ୍ୟା ଦିଆଯାଏ  । ଛପନଭୋଗ ତରଫରୁ ରିଲିଫ ବଣ୍ଟା ଯିବା ସମୟରେ  ଭୋଗରାଇରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।