ବଦଳିବ ମେକ ଇନ ଓଡିଶା କନକ୍ଲେଭର ନାମ!

ଭୁବନେଶ୍ୱର: ବଦଳିବ ମେକ ଇନ ଓଡିଶା କନକ୍ଲେଭର ନାମ! ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ । ଏନେଇ ଆଜି ଇଙ୍ଗିତ ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅଢେଇ ଲକ୍ଷ କୋଟ ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଯୋଜନା କରାଯାଇଛି । ଉତ୍କଳ ଇନଭେଷ୍ଟ ସମିିଟ ଜରିଆରେ ଏହି ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଉତ୍କଳ ଇନଭେଷ୍ଟ ସମିଟ , ମେକ ଇନ ଓଡିଶା କନକ୍ଲେଭର ନୂଆ ନାମ କି ବୋଲି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି , ଏହା ଆଗକୁ ହେବ । ହେଲେ ଜଣାଇ ଦିଆଯିବ ।