କଟକ: ଏସଟିଆଇଏଚ୍ଏଲ୍ ଇଣ୍ଡିଆ ଆଜି ରାଜ୍ୟରେ ‘ପରିବର୍ତ୍ତନ ଯାତ୍ରା’ ଅଭିଯାନ ଆରମ୍ଭ କରିଲା । ଯନ୍ତ୍ରଚାଳିତ କୃଷି ପ୍ରଣାଳୀ ମାଧ୍ୟମରେ ପରିବର୍ତ୍ତନ ବିଷୟରେ ଏକ ସକାରାତ୍ମକ ଆଲୋଚନା ଆରମ୍ଭ କରିବା ଦିଗରେ ‘ପରିବର୍ତ୍ତନ ଯାତ୍ରା’ ହେଉଛି ଏକ ଅଭିଯାନ । ଓଡିଶାର କୃଷକମାନେ କିପରି ସଠିକ ପ୍ରଯୁକ୍ତିବିଦ୍ୟା ଆପଣାଇବେ ତାହା ସୁନିଶ୍ଚିତ କରିବା ପାଇଁ ଅଭିଯାନ ଲକ୍ଷ୍ୟ ରଖିଛି । ଏହି ଯାତ୍ରା କଟକ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନ୍ୟାନ ପ୍ରମୁଖ କୃଷି ଜିଲ୍ଲା ଦେଇ ଅତିକ୍ରମ କରିବ ।
କଟକ ନୂଆବଜାରର ଜିଲ୍ଲା କୃଷି କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ‘ପରିବର୍ତ୍ତନ ଯାତ୍ରା’ କୁ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ , କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କୃଷି ଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ବିଧାୟକ ଏସଟିଆଇଏଚଏଲ ଇଣ୍ଡିଆ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ବିଶେଷକରି ଓଡିଶାରେ କୃଷକମାନଙ୍କ ପାଇଁ ଲାଭଦାୟକ ହେଉଥିବା କୃଷି କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ ।
ଏହି ଯାତ୍ରା ସମୟରେ, ଏସଟିଆଇଏଚଏଲ ଇଣ୍ଡିଆ ସେମାନଙ୍କ ତଥ ଜର୍ମାନ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅତ୍ୟାଧୁନିକ କୃଷି ଉପକରଣର ପ୍ରଦର୍ଶନ କରିବେ, ଯାହା ଦ୍ୱାରା କୃଷକମାନେ ସେମାନଙ୍କ କୃଷି ପ୍ରଣାଳୀ କାର୍ଯ୍ୟର ସହଜତା କୁ ଦେଖିପାରିବେ । ଏହା ସହିତ , କୃଷକମାନଙ୍କ କୌଣସି ପ୍ରଶ୍ନ କିମ୍ବା ସମସ୍ୟାର ସମାଧାନ ପାଇଁ ପ୍ରାଧିକୃତ ଡିଲରସିପ୍ କାର୍ଯ୍ୟନିର୍ବାହୀମାନେ ଉପଲବ୍ଧ ରହିବେ ।
୯୬ବର୍ଷ ପୁରୁଣା , ଜର୍ମାନ ସ୍ଥିତ ଏହି ଆଣ୍ଡ୍ରିଆସ ଏସଟିଆଇଏଚଏଲ କମ୍ପାନୀ ହେଉଛି ବାହ୍ୟ ହ୍ୟାଣ୍ଡହେଲ୍ଡ ପାହ୍ୱାର ଟୁଲସ କ୍ଷେତ୍ରରେ ବିଶ୍ୱ ସ୍ତାରୀୟ ଅଗ୍ରଣୀ ସଂସ୍ଥା ଯାହା ପ୍ରଫେସନାଲ ଲଗିଂ , ଲ୍ୟାଣ୍ଡ୍ସ୍କେପ୍, ଉଦ୍ୟାନ କୃଷି, ବୃକ୍ଷରୋପଣ ଏବଂ ସରକାରୀ ଅନୁଷ୍ଠାନ- ରେଳବାଇ , ବିପର୍ଯ୍ୟୟ ପରିଚାଳନା, ଜରୁରୀକାଳୀନ ସେବା, ସ୍ୱସ୍ଥ୍ୟ ସେବା, ମ୍ୟୁନିସିପାଲିଟି କର୍ପୋରେସନ୍, ସେନା , ନୌସେନା, ବୟୁସେନା ପୋଲିସ ଏବଂ ଜଙ୍ଗଲ ସେବାରେ ବ୍ୟବହୃତ ହୋଇଥାଏ ।
ଭାରତରେ ବିଭିନ୍ନ ଉପଭୋକ୍ତାକୁ ଦୃଷ୍ଟିରେ ରଖି କମ୍ପାନୀର ଏକାଧିକ କାର୍ଯ୍ୟାଳୟ, ଗୋଦାମ ଏବଂ ୪୦୦ରୁ ଅଧିକ ପ୍ରାଧିକୃତ ସର୍ଭିସିଂ ଡିଲର ରହିଛନ୍ତି । ଉତ୍ପାଦନ ବିବରଣୀ ଏବଂ ଡିଲର ଅବସ୍ଥାନ ପାଇଁ www.stihl.inକୁ ଯାଆନ୍ତୁ କିମ୍ବା ୯୦୨୮୪୧୧୨୨୨କୁ କଲ୍ କରନ୍ତୁ ।