ମଣିପୁର ; ମହିଳାଙ୍କ ପ୍ରତି ହୋଇଥିବା ଦାନବୀୟ କାର୍ଯ୍ୟ ଲଜ୍ଜାଜନକ । ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ । ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ଦେଶର ସେଲିବ୍ରିଟିମାନେ ବିରୋଧ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟୁଇଟ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଏ କହିଛି ଦୋଷୀମାନଙ୍କୁ ଏପରି କଠୋର ଶାସ୍ତି ଦିଆଯିବା ଉଚିତ ଯେମିତି ଅନ୍ୟମାନେ ଏଭଳି କୁ-କାର୍ଯ୍ୟ କରିବାକୁ ଭବିଷ୍ୟତରେ କେହି ସାହସ ନ କରିବେ ।
ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି , ମହିଳାଙ୍କ ପ୍ରତି ହିଂସା ଓ ଅସଦାଚରଣ ଅତ୍ୟନ୍ତ ଚିନ୍ତାଜନଜକ । ଦୋଷୀମାନଙ୍କୁ ଏପରି କଠୋର ଶାସ୍ତି ଦିଆଯିବା ଉଚିତ ଯେପରି ଅନ୍ୟ କେହି ଏପରି କାର୍ଯ୍ୟ ପାଇଁ ସାହାସ କରିବେ ନାହିଁ ।
ସେହିପରି ରିଚା ଚଢା଼ ଲେଖିଛନ୍ତି , ଘଟଣା ଅତ୍ୟନ୍ତ ଲଜ୍ଜାଜନକ , ଆତଙ୍କଜନକ ଓ ବେଆଇନ୍ । ଏଭଳି ବର୍ବରକାଣ୍ଡ ଦେଶ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।
ରିତେଶ ଦେଶମୁଖ ନିଜ ଟ୍ୱଟର ଆକାଉଣ୍ଟରେ ଲେଖିଛନ୍ତି , ମଣିପୁରରେ ମହିଳାଙ୍କ ପ୍ରତି ଏଭଳି ହିଂସା ଓ ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ । କ୍ରୋଧରେ ମୋ ଦେହ ଜଳୁଛି । କୌଣସି ଦୋଷୀଙ୍କୁ ଦଣ୍ଡ ନ ଦେଇ ଛଡ଼ା ଯିବା ଉଚିତ ନୁହେିଁ । ମହିଳାଙ୍କ ମର୍ଯ୍ୟାଦା ଉପରେ ଆକ୍ରମଣ ହୋଇଛି । ଏହା ମାନବିକତା ଉପରେ ମଧ୍ୟ ଆକ୍ରମଣ ।
ଅନୁପମ ଖେର ହିନ୍ଦୀରେ ଟ୍ୱିଟ୍ କରି ଲେଖିଛନ୍ତି , ମଣିପୁରରେ
ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ମଧ୍ୟ ଟୁଇଟର ମାଧ୍ୟମରେ ତୀବ୍ର ପ୍ରତିକ୍ରିୟ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଏହା କୌଣସି ରାଜନୈତିକ କଥା ନୁହେଁ । ଏହା ହେଉଛି ଆମ ଦେଶର କଥା । ସରକାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ସେହିପରି ସୋନି ରାଜଦାନ , କିଆରା ଆଡଭାନୀ , ରାକୁଲ ସିଂ , ଉର୍ମିଳା ମାତୋଣ୍ଡକର , ରେଣୁକା ଶାହାଣେ , କନିକା ଧିଲନ , ଗାୟିକା ସୋନା ମହାପାତ୍ର ପ୍ରମୁଖ ସେଲିବ୍ରିଟିମାନେ ମଧ୍ୟ ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।