ସୋନପୁର(ଓମପ୍ରକାଶ ମିଶ୍ର): ଆଜି ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ ସୁବର୍ଣ୍ଣପୁରରେ ମଧ୍ୟ ନିର୍ଦ୍ଧାରିତ ଲଗ୍ନରେ ସମାପନ ହୋଇଛି । ପ୍ରଥମେ ମାଁ ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ପାହୁର ଭୋଗଉଠିଥିଲା । ପରେ ଏକ ବିରାଟ ପଟୁଆରରେ ବିନା ବାଦ୍ୟଯନ୍ତ୍ରରେ ସହର ପରିକ୍ରମା କରି ଅନୁଷ୍ଠିତ ହୋଇ ଥିଲା ପାହୁର ଯାତ୍ରା । ଅଷ୍ଟଚଣ୍ଡୀଙ୍କ ପୀଠରେ ଭୋଗ ଲାଗି ହେବା ପରେ ସମସ୍ତ ଗଡ଼ଜାତ ବାସୀ ନିଜ ନିଜ ଘରେ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ନୂଆଁଖାଇ ପର୍ବ ପାଳନ କରିଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ଜାରି ହୋଇଥିବା କରୋନା କଟକଣା ହେତୁ ସମସ୍ତ ଦେବାଦେବୀ ପୀଠ ଖାଁ ଖାଁ ଅନୁଭୂତ ହୋଇଥିଲା । ତଥାପି ବର୍ଷର ପଶ୍ଚି ଓଡିଶା ପାଇଁ ଏକ ବଡ଼ ଗଣପର୍ବ ତିହାରକୁ ସମସ୍ତେ ପରିବାର ମଧ୍ୟରେ ସୀମିତ ରଖି ଏହି ନିଆରା ପରମ୍ପରାକୁ ପାଳନ କରିଥିବା ଦେଖା ଯାଇଛି ।