ଲଗାଣ ବର୍ଷାରେ ଦବିଲା ସିଡିଏ ୧୦ ନମ୍ବର ରାସ୍ତା

କଟକ-: ଲଗାଣ ବର୍ଷାରେ ଦବିଲା ୩୦ ଫୁଟ ରାସ୍ତା।  ଅଳ୍ପକେ ବର୍ତ୍ତିଲେ ଲୋକ ।  କଟକରେ ଲଗାଣ ବର୍ଷାରେ ସିଡିଏ ୧୦ ନମ୍ବରରେ ପାଖାପାଖି ୩୦ ଫୁଟ୍ ରାସ୍ତା ଦବି ଯାଇଛି।  ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତାୟତ କରୁଥିବା ଲୋକ।  ରାସ୍ତା ଦବିବା ପରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ଣରେ ରାସ୍ତା ଦବି ଯାଇଥିଲା ।  ବାରମ୍ବାର ରାସ୍ତା ଖୋଳିବା ହେତୁ ଏଭଳି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।