ଭୁବନେଶ୍ୱର: ଆଜି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଣ୍ରେଣୀର ପରୀକ୍ଷା ଚାଲିଛି । ପରୀକ୍ଷା ୧୫, ୧୬, ୧୮, ୨୦ ଓ ୨୨ ତାରିଖରେ ରହିଛି । ବେଳେ ଏହା ସକଳ ୧୦ ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । କମ୍ପ୍ୟୁଟର ସାଇନ୍ସ ଓ ଇନଫର୍ମମେସନ ଟୋକ୍ନାଲୋଜି ପେପର ପରୀକ୍ଷା ସାଢେ ୧୦ଟାରୁ ସାଢେ୧୨ ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି । କିନ୍ତୁ ଆଜି କେବଳ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଛି । ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସଇ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।
ଯେଉଁ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷାରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ ହୋଇଥିବେ ନିଜର ମାର୍କ ବଢାଇବା ପାଇଁ ଚାହୁଁଥିବେ , ସେମାନେ ଏହି ପରୀକ୍ଷା ଦେଉଛନ୍ତି । ସିଲାବସ ଅନୁଯାୟୀ ପରୀକ୍ଷା ଚାଲିଚି । ଏନେଇ ସିବିଏସଇ ୱେବସାଇଟ www. cbseacademic.nic.in ରେ ଉପଲବ୍ଧ ରହିଛି । ପରୀକ୍ଷା ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଛି ଏହା ସହ ପ୍ରଶ୍ନପତ୍ର ପଢିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ ସମୟ ଦିଆଯାଇଛି ।