ପାରାଦୀପ : କୋଟିପତି ଡାକ୍ତର ରଜେନ୍ଦ୍ର ନାରାୟଣ ପାଣିଗ୍ରହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢାଉ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ସହ ଫରୋନ କରେନ୍ସି ଜବତ ହୋଇଛି । ଏହାସହ ରାଜେନ୍ଦ୍ରଙ୍କ ଘରୁ ଦାମୀ ମଦ ଓ ସିଗାରେଟ ମିଳିଛି ସିବିଆଇକୁ । ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରାଯାଇଛି।
ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ । ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ।
ଏହାସହ ଗତକାଲି ରାଜେନ୍ଦ୍ରଙ୍କ ପାରାଦୀପରେ ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା।