କରୋନା ସ୍ଥିତିରେ ହୃଦୟବିଦାରକ ଦୃଶ୍ୟ, ଅଳିଆ ଗାଡ଼ିରେ ମୃତଦେହ

(ଛତିଶଗଡ଼) : ଛତିଶଗଡ଼ରେ କରୋନାର ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ବୃଦ୍ଧିପାଇବା ସହ ଏଠାରେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନିକଟରେ ରଜନାନ୍ଦଗାଓଁରେ ଥିବା କୋଭିଡ କେୟାର ସେଣ୍ଟରରେ ବୁଧବାର ୩ ଜଣ ମହିଳା ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମୃତଦେହକୁ ଅଳିଆ ଗାଡ଼ିରେ ବୁହା ଯାଉଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚାନୁଯାୟୀ , କରୋନା ଟେଷ୍ଟିଂ ପାଇଁ ରାଜ୍ୟରେ ଲ୍ୟାବ ସଂଖ୍ୟା ବୃଦ୍ଧି କରିବା ସହ ଡାକ୍ତରଖାନାରେ ବେଡ୍‌, ମେଡିକାଲ ଷ୍ଟାଫ, ଅକ୍ସିଜେନ ଏବଂ ଔଷଧ ବୃଦ୍ଧି କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ରେମଡେସିଭିର ଇଞ୍ଜେକ୍ସନର ଅଭାବ ଦେଖାଯିବା କାରଣରୁ ରେମଡେସିଭିରର ଆମଦାନୀ ବୃଦ୍ଧି କରିବାକୁ ୨ ଜଣ ଆଇଏଏସ୍‌ ଅଫିସରଙ୍କୁ ମୁମ୍ବାଇ ଏବଂ ହାଇଦ୍ରାବାଦ ପଠାଯାଇଛି ।